ସାଇବର ଜାଲରେ ଯୁବ ଡାକ୍ତର, ଲୋଭ ଦେଖାଇ ଠକିନେଲେ ୧୧ ଲକ୍ଷ ଟଙ୍କା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସାଇବାର ଜାଲରେ ଯୁବ ଡାକ୍ତର ।ଠକିନେଲେ ୧୧ଲକ୍ଷ ଟଙ୍କା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ାମ୍ବିଳା ଗାଁର ଘଟଣା । ଜଣେ ଯୁବ ଡାକ୍ତରଙ୍କ ଠାରୁ ଠକିନେଇଛନ୍ତି ୧୧ଲକ୍ଷ ଟଙ୍କା ।

ଖବର ଅନୁଯାୟୀ, ଯୁବ ଡାକ୍ତର ବାଦଲ ରାଜକନିକା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ।ଟଙ୍କା ଡବଲ କରିବାକୁ ଲୋଭ ଦେଖାଇଥିଲେ ସାଇବର ଠକ । ଯାହାର ଶିକାର ହୋଇଛନ୍ତି ଯୁବ ଡାକ୍ତର। ଲୋଭ ଦେଖାଇ ଯୁବ ଡାକ୍ତରଙ୍କ ଠାରୁ ୧୧ଲକ୍ଷ ଠକିନେଇଛନ୍ତି ସାଇବର ଲୁଟେରା । ଏନେଇ ଆଳି ଥାନାରେ ଏତଲା ଦିଆଯାଇଛି । ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି ।

Leave a comment