ଆଜି ଗଡ଼ିବ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ : ସାମିଲ ହେବେନି ଭକ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ରୁକୁଣା ରଥରେ ଯାତ୍ରା କରି ବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ବିରାଜମାନ କରିବେ ପ୍ରଭୁ ଚନ୍ଦ୍ରଶେଖର, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରିବେ। ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ। ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ପ୍ରସିଦ୍ଧ ରଥଯାତ୍ରା ହେବ । ସେବାୟତମାନେ ରଥକୁ ଟାଣି ଟାଣି ନେବେ। ପୋଲିସ ଏଥିରେ ସେବାୟତମାନଙ୍କୁ ସହଯୋଗ କରିବେ।