ଭାରତୀୟ ଆକାଶରେ ୫ ରାଫେଲ୍ ଲଢୁଆ ଜେଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ କିଛି ସମୟ ପରେ ଭାରତରେ ଅବତରଣ କରିବ ରଫେଲ। ଫ୍ରାନସରୁ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ଆଉ ଅଳ୍ପ ସମୟ ମଧ୍ୟରେ ହରିୟାଣାର ଅମ୍ବାଲାରେ ଅବତରଣ କରିବ। ସୋମବାର ଦିନ ଏହି ପାଞ୍ଚଟି ଜେଟ୍ ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରି ଗତକାଲି ସ୍ବଳ୍ପ ସମୟ ଲାଗି ୟୁନାଇଟେଡ୍ ଆରବ ‌ଏମିରେଟ୍‌ସ୍‌ରେ ରହିଥିଲା। ଏଥିପୂର୍ବରୁ ମଝିଆକାଶରେ ଏଥିରେ ଇନ୍ଧନ ଭର୍ତ୍ତି ହୋଇଥିଲା।

ରାଫେଲ୍ ଜେଟ୍‌ ପ୍ରତି ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍‌ଏସ୍‌ କୋଲ୍‌କାତା କହିଥିଲା, ‘ସଗୌରବ ଅକାଶ ସ୍ପର୍ଶ କର। ଶୁଭାବତରଣ।’ ଏହାର ପ୍ରତ୍ୟୁତ୍ତର ଦେଇ ରାଫେଲ୍ ପାଇଲଟ୍ କହିଥିଲେ, ‘ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ଅନୁକୂଳ ପବନ ପ୍ରବାହ ହେଉ।’

୩୬ଟି ରାଫେଲ୍ ଜେଟ୍‌ ଖରିଦ କରିବା ଲାଗି ୨୦୧୬ ସେପ୍ଟେମ୍ବର ୨୩ ତାରିଖରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ୫୯୦୦୦ କୋଟି ଟଙ୍କାର ରାଜିନାମା ହୋଇଥିଲା। ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ ଆର୍‌କେଏସ୍ ଭଦୌରିଆ ଅମ୍ବାଲାରେ ଏହି ପାଞ୍ଚଟି ବିମାନ ଗ୍ରହଣ କରିବେ ଏବଂ ରାଫେଲ୍ ଫାଇଟର ଜେଟ୍ ଭାରତୀୟ ବାୟୁସେନାରେ ସାମିଲ ହେବ।ଏଥିପାଇଁ ଧୁଲକୋଟ, ବଳଦେବ ନଗର, ଗର୍ଣ୍ଣାଲା ଏବଂ ପଞ୍ଚଖେରା ସମେତ ଅମ୍ବାଲା ବିମାନଘାଟି ଅଞ୍ଚଳକୁ ଲାଗିଥିବା ଗାଁମାନଙ୍କରେ ୧୪୪ ଧାରା ଜାରି କରାଯାଇଛି।

Leave a comment