ଆର୍ଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣା, ୫ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ ସୁପାରି କିଲର ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ାର ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀ ଏସ୍ ଵାଲାଜି ପାତ୍ର ଓ ରାସ ବିହାରୀ ପାତ୍ର। ତେବେ ଦୁଇ ସୁପାରି କିଲରଙ୍କ ନାଁ ପ୍ରକାଶ କରାଯାଇ ନାହିଁ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୩ଟି ଗୁଳି ଓ ୩ଟି ମୋବାଇଲ୍ ଜବତ କରାଯାଇଛି। ଏନେଇ ଆଜି କନ୍ଧମାଳ ଏସ୍ପି ପ୍ରତୀକ ସିଂହ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ମଧ୍ୟ ରହିଛନ୍ତି। ସେ ଫେରାର ଥିବାରୁ ସୁପାରି କିଲରଙ୍କ ନାଁ ପ୍ରକାଶ କରିବାକୁ ପୁଲିସ୍ ମନା କରିଦେଇଛି। ତେବେ ସୁପାରି କିଲର ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।