ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର
ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର । ରାଜେଶ ବର୍ତ୍ତମାନ ରାଜ୍ୟ ସରକାରଙ୍କର ସହଯୋଗ ବିଭାଗର କମିଶନର ତଥା ସଚିବ ଦାୟିତ୍ୱ ସହ ଗୃହ ଓ ସହରୀ ବିକାଶ ବିଭାର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ (ଜିଏ) ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ଅନ୍ୟପକ୍ଷରେୁ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମାସେ ପାଇଁ ଛୁଟିରେ ଯିବେ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।