ସାମାଜିକ ଦୂରତା ସହ ଚାଲିଛି ତୁମ୍ବ ନିର୍ମାଣ କାର୍ଯ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଗତକାଲି ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସାମାଜିକ ଦୂରତ୍ୱ ସହ ରଥ ର ତୁମ୍ବ ନିର୍ମାଣ କାର୍ଯ୍ୟ ଅାରମ୍ଭ ହୋଇଛି ।


ଏହାସହ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ତାଲିମ ଦିଅାଯାଉଛି । ସାମାଜିକ ଦୂରତା ରକ୍ଷା କରିବାକୁ ରଥ ନିର୍ମାଣ ପାଇଁ ନିୟୋଜିତ ସବୁ ସେବାୟତଙ୍କୁ ସଚେତନ କରାଯାଉଛି ।

Leave a comment