ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ଆୟୋଜିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୂର୍ବରୁ ଗଜପତି ମହାରାଜା ଛେରାପହଁରା କରିବେ ନା ନାହିଁ ଏହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ମହାରାଜା କହିଥିଲେ ଜଗନ୍ନାଥଙ୍କ ନିର୍ଦ୍ଦେଶ ହେଲେ ସେ ଛେରାପହଁରା କରିବେ ।

ଚଳିତବର୍ଷ ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବା ନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗଜପତି ମହାରାଜ ସ୍ୱାଗତ କରିଛନ୍ତି । ଚଳିତ ବର୍ଷ କୋଭିଡ୍ କଟକଣା ଏବଂ ଧାରା ୧୪୪ ଲାଗୁ କରାଯାଇ ରଥଯାତ୍ରା ଆୟୋଜିତ ହେବ ।

Leave a comment