ଆସନ୍ତା ୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଆସନ୍ତା ୨୯ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖିଚିଂର କିଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିବେ ମୁର୍ମୁ ଖିଚିଂର କିଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନରୁ ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ଇ-ମେଲ ଆସିଛି । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଖିଚିଂର ମା କିଚକେଶ୍ୱରୀ । ଖିଚିଂ ମନ୍ଦିର ତରଫରୁ ମହାମହିମଙ୍କୁ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ ଦିଆ ଯାଇଥିଲା ।
ଏବେ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ଆସିଛି ଇ-ମେଲ । ଖିଚିଂ ମନ୍ଦିରକୁ ରାଷ୍ଟ୍ରପତି ଆସିବାରେ ଏହା ହେବ ପ୍ରଥମ ଘଟଣା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।