ବୁଧବାର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବୁଧବାର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ଅପରାହ୍ନ ୪ଟା ୪୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ଦାଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ରାଇରଙ୍ଗପୁର ସହରରେ ଏନଏଚ୍ ୨୨୦ର ଦୁଇ ଲେନ୍ ବିଶିଷ୍ଟ ବାଇପାସର ଶିଳାନ୍ୟାସ କରିବେ ।
ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ଏନଏଚ୍ ୨୨୦ର ସମ୍ପ୍ରସାରଣ ଓ ପ୍ରଶସ୍ତିକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ବଡ଼ସାହି ଏକଲବ୍ୟ ସ୍କୁଲର ମଧ୍ୟ ଉଦଘାଟନ କରିବେ ରଷ୍ଟ୍ରପତି । ପରେ ସେଠାରୁ ନିଜ ଘରକୁ ଯିବେ ରାଷ୍ଟ୍ରପତି । ଘରେ ରାତ୍ରିଯାପନ ପରେ ଗୁରୁବାର ସକାଳ ୮ଟା ୩୦ରେ ଦାଣ୍ଡବୋଷ ହେଲିପ୍ୟାଡକୁ ଯିବେ । ସେଠାରୁ ବିମାନ ଯୋଗେ ଖିଚିଂ ମା’ କୁଚକେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ଯିବେ ମହାମହିମ ।