ବଲାଙ୍ଗିରରେ ପୁଲିସ ଡିଜି ଅଭୟ, ପଶ୍ଚିମ ଓଡ଼ିଶାରେ ସଂକ୍ରମଣର ସ୍ଥିତି ସମୀକ୍ଷା କରିବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗିରରେ ପୁଲିସ ଡିଜି ଅଭୟ। ପଶ୍ଚିମ ଓଡ଼ିଶାରେ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରୁଛନ୍ତି ପୁଲିସ ଡିଜି। ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ଯାଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଥାନା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହାସହ ଜିଲ୍ଲାରେ କୋଭିଡ୍ କଟକଣାକୁ କଡାକଡି କରିବା ନେଇ ଆଲୋଚନା କରିବେ। ବଲାଙ୍ଗିର ପରେ ଭବାନୀପାଟଣା ଓ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି।