ଆଜି ଠାରୁ ଟୀକା ନେବେ ପୋଲିସ କର୍ମଚାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିରେ ଗୃହ, ନଗର ଉନ୍ନୟନ, ରାଜସ୍ୱ ବିଭାଗ ପୁଲିସଙ୍କୁ ଟିକାକରଣ କରାଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ହସ୍ପିଟାଲ ପରିବର୍ତ୍ତେ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ୧୫ ପାଇଁ ୨୦ ହଜାର ନାମ ପଞ୍ଜୀକରଣ ହୋଇଛି। ସେଥିମଧ୍ୟରୁ ପୁଲିସ ବିଭାଗରୁ ସର୍ବାଧିକ ୧୧ ହଜାର ପଞ୍ଜୀକରଣ ହୋଇଥିବା ଜଣାପଡ଼ିଛି। ପୁଲିସ ପାଇଁ ୭ଟି ସେସନ୍ସରେ ଟିକାକରଣ କରାଯିବ। ବିଏମସି ଓ ରାଜସ୍ୱ ବିଭାଗର ୪ଟି ସେସନ୍ସରେ ଟିକାକରଣ ହେବ। ବିଏମସି ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ୮ରୁ ୧୦ ଦିନରେ ଶେଷ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Leave a comment