ନେପାଳ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ
ଓଡିଶା ଫାଷ୍ଟ (ବ୍ୟୁରୋ): ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ କେନ୍ଦ୍ର କରି ଏଭଳି ହତ୍ୟା ଧମକ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି । ରାଜନୈତିକ ହଟ୍ଟଗୋଳ ମଧ୍ୟରେ ବିରୋଧୀ ନେପାଳ କଂଗ୍ରେସର ଜଣେ ପ୍ରାଦେଶିକ ଆଇନଜୀବୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ସମ୍ପ୍ରତି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଏବଂ ଅସାମ୍ବିଧାନିକ ପଦକ୍ଷେପକୁ ସମାଲୋଚନା କରୁଥିବାବେଳେ ଜଣେ ଆଇନଜୀବୀ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।