କମିଲା ପେଟ୍ରୋଲ, ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ଅଛି ଦର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଦର ସାମାନ୍ୟ ହ୍ରାସ ପାଇଛି । ଯାହା ଗ୍ରାହକଙ୍କୁ ଅସ୍ବସ୍ତି ପହଞ୍ଚାଇଛି । ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ରହିଛି ୧୦୧ଟଙ୍କା ୭୦ ପଇସା ରହିଛି । ଏବଂ ଡିଜେଲ ଦର ଲିଟର ପିଛା ରହିଛି ୯୧ ଟଙ୍କା ୫୨ପଇସା ରହିଛି ।
ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୮୬ ଟଙ୍କା ୬୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୧୪ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୬୭ ପଇସା ଥିବାବେଳେ ଡିଜେଲ ଦର ୮୯ ଟଙ୍କା ୭୯ ପଇସା ରହିଛି। ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ଦାମ ୯୧ ଟଙ୍କା ୪୩ ପଇସା ରହିଛି।