ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ, ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏସଆଇଟି ଟିମ୍ ଗଠନ କରାଯିବା ସହ ଏହାର ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଟିମରେ ଏସପି ଆର କେ ଦୋରା, ଏଏସପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ପ୍ରମୁଖ ସାମିଲ ଅଛନ୍ତି। ଏନେଇ ଆଜି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସେହିପରି ତଦନ୍ତ ବେଳେ ଜଣେ ସିଟିଂ ଜଜଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି। ଏଥିସହିତ ଏ ସମ୍ପର୍କିତ ବିଜ୍ଞପ୍ତି ଆଜି ମନ୍ତ୍ର ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଉପସ୍ଥାପନ କରିଛନ୍ତି।