ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ;କଲ୍ୟାଣୀ ଷ୍ଟିଲ୍ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷର

0

ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ଢେଙ୍କାନାଳ ଜିଲ୍ଲା ଗଜମରାରେ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ପାଇଁ ରାଜ୍ୟ ସରକାର କଲ୍ୟାଣୀ ଷ୍ଟିଲ ସହ ଯୁକ୍ତି ସ୍ୱାକ୍ଷର କରିଛନ୍ତି । ଟିଟାନିୟମ ମେଟାଲ ଏବଂ ଏରୋସ୍ପେସ୍ କଂପୋନେଂଟ ମାନୁଫାକ୍ଚରିଂ ୟୁନିଟ ନିର୍ମାଣ ପାଇଁ ଏହି ଚୁକ୍ତି ହୋଇଛି ।

ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି । ଆସନ୍ତା ସେପ୍ଟେମ୍ବରରୁ କାମ ଆରମ୍ଭ ହୋଇ ୨୪ ମାସ ମଧ୍ୟରେ କାମ ଶେଷ ହୋଇ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆଗକୁ ବଢ଼ୁଥିବା ରାଜ୍ୟ ସରକାର, ଓଡ଼ିଶାର ଦକ୍ଷତା ଓ ସମାର୍ଥ୍ୟକୁ ସୁହାଇଲା ଭଳି ଏକ ନିଷ୍ପତି ନେଇଛନ୍ତି । ଢେଙ୍କାନାଳ ଜିଲ୍ଲା ଗଜମରାରେ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ପାଇଁ ରାଜ୍ୟ ସରକାର କଲ୍ୟାଣୀ ଷ୍ଟିଲ ସହ ଯୁକ୍ତି ସ୍ୱାକ୍ଷର କରିଛନ୍ତି । ଟିଟାନିୟମ ମେଟାଲ ଏବଂ ଏରୋସ୍ପେସ୍ କଂପୋନେଂଟ ମମାନୁଫାକ୍ଚରିଂ ୟୁନିଟ ନିର୍ମାଣ ପାଇଁ ଏହିଚୁକ୍ତି ହୋଇଛି । ନୂଆ ଯୁଗର ଶିଳ୍ପ ପ୍ରତିଷ୍ଠା ସହ ତାଳଦେଇ ଆଗକୁ ବଢ଼ିବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ଢେଙ୍କାନାଳ ଗଜମରାରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି । ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହେବ । ୨୪ ମାସ ମଧ୍ୟରେ ପ୍ରକଳ୍ପ ଶେଷ ହୋଇ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବ ପୁଂଜି ନିବେଶ । ୧୧ ହଜାର ୭୫୧ କୋଟି ଟଙ୍କାର ପୁଂଜିନିବେଶ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ । ଏହି ପ୍ରକଳ୍ପ, ଓଡ଼ିଶାରେ କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଦକ୍ଷଦା ବୃଦ୍ଧି, ସ୍ଥାନୀୟ ନିଯୁକ୍ତ ଓ ରୋଜଗାର ସୃଷ୍ଟି ଏବଂ ପାରସ୍ପରିକ ଶିଳ୍ପକୁ ମଧ୍ୟ ସମ୍ବୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a comment