ନୂଆପଡାରେ ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ଜବତ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଛତିଶଗଡ଼ ପୁଲିସର ଗୁପ୍ତ ସୂଚନା ଆଧାରରେ ଗତକାଲି ସିଆରପିଏଫ ଯବାନମାନେ ମାଓ ଶିବିର ଉପରେ ଚଢଉ କରି ବିପୁଳ ପରିମାଣର ଗୁଳି ଜବତ କରିଥିବା ବେଳେ ବ୍ୟାପକ ମାଓ ସାମଗ୍ରୀ ଜବତ କରିଛନ୍ତି। କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ତ୍ବାବଧାନରେ ଏବଂ ଅମୃତ ସିଂହଙ୍କ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ଭିନସାମୁଣ୍ଡି ଗ୍ରାମର ଜଙ୍ଗଲ ଉପରେ ଚଢ଼ଉ କରାଯାଇଥିଲା। ସେଠାରେ ସିଆରପିଏଫ ଯବାନମାନଙ୍କୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ସେଠାରୁ ବ୍ୟାପକ ପରିମାଣର ବିସ୍ଫୋରକ, ବିସ୍ଫୋରକ ସାମଗ୍ରୀ, ୫ଟି ବଡ଼ ବନ୍ଧୁକ, ଗୋଟିଏ ଛୋଟ ବନ୍ଦୁକ, ଗୁଳି ଓ ଟିଫିନ ବୋମା ମଧ୍ୟ ଜବତ ହୋଇଛି।