ପୁରୀକୁ ଯିବନି ଟ୍ରନ : ପୂର୍ବତଟ ରେଳବାଇର ନିଷ୍ପତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ପାଇଁ ପୁରୀ କୁ ଟ୍ରେନ୍ ଯିବନାହିଁ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

ସୂଚନାଯୋଗ୍ୟ, ରେଳବାଇ ନେଇଥିବା ନିଷ୍ପତ୍ତି ଅନୁସାରେ, ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱର ଯାଏଁ ଯିବ। ସେହିପରି ଜୁନ୍‌ ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ। ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରାଯାଇଛି। ଆଗକୁ ମହାପ୍ରଭୂଙ୍କ ସ୍ନାନଯାତ୍ରା ରହିଛି। ଯଦି ଟ୍ରେନ୍‌ ଚଳାଚଳ ପୁରୀକୁ ହୁଏ ତେବେ ସ୍ନାନ ଯାତ୍ରାରେ ଲୋକଙ୍କ ଭିଡ଼ ଦେଖା ଯିବ। ତେଣୁ ସମ୍ଭବତଃ ସ୍ନାନ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି।

Leave a comment