ପୁରୀ ଜଗନ୍ନାଥ ମନ୍ଦିରକୁ ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରକୁ ପାନ ଓ ଗୁଟଖା ମନା । ଏହି ନିୟମ ଅଗଷ୍ଟ ମାସ ୧ତାରିଖରୁ ଲାଗୁ କରାଯିବ । ଧରା ପଡିଲେ ଦେବାକୁ ହେବ ଜୋରିମାନା ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସ୍ୱଚ୍ଛତା ଓ ସୁନ୍ଦରତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପାନ ଓ ଗୁଟଖା ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହା ଭକ୍ତ ଓ ସେବାୟତ ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି । ଯଦି କେହି ଏହି ନିୟମର ଅବମାନନା କରି ପାନ ବା ଗୁଟଖା ମନ୍ଦିର ଭିତରକୁ ନିଏ ତେବେ ତାକୁ ଜୋରିମାନା ଦେବାକୁ ପଡିବ । ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।
ସେହିପରି ଚଳିତ ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ କରିଥିବାରୁ ବୈଠକରେ ସରକାରଙ୍କ ତରଫରୁ ସେବାୟତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।