ଆଉ ୧୩ଟି ନୂଆ ରୁଟ୍ ରେ ଗଡିବ ‘ମୋ ବସ୍’

0

ଏଣିକି ରାଜ୍ୟର ଆଉ ୧୩ଟି ନୂଆ ରୁଟ୍ ରେ ଗଡିବ ‘ମୋ ବସ୍’ । ଜୁଲାଇ ୧ ତାରୁଖ ଅର୍ଥାତ୍ ଶନିବାର ଦିନଠାରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ( କ୍ରୁଟ) ପକ୍ଷରୁ ‘ମୋ ବସ’ ୧୩ଟି ନୂଆ ରୁଟରେ ସେବା ପ୍ରଦାନ କରିବ । ଏହି ରୁଟରେ ସରକାରୀ ବସ ଚଳାଚଳ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା ।

ଲୋକଙ୍କ ଦାବି ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ୧୩ଟି ରୁଟରେ ବସ୍ ଚଳାଚଳ ନେଇ କ୍ରୁଟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଏହି ନୂଆ ରୁଟ୍ ସବୁ ଭୁବନେଶ୍ବର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡ଼େଲାଙ୍ଗ ଯୋଡ଼ି ହୋଇଛି । ଏହି ନୂଆ ରୁଟ୍ ଗୁଡ଼ିକରେ ‘ମୋ ବସ’ ସେବା ଦ୍ବାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ସେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ଯ ବିଶେଷ ଉପକୃତ ହେବେ ।

ଏହିସବୁ ଅଞ୍ଚଳର ପ୍ରମୁଖ ହବ ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍ ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉ କି, ଗତ ମଇ ମାସରେ ବ୍ଲକରୁ ପଞ୍ଚାୟତକୁ ମୋ ବସ୍ ଗଡ଼ିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

Leave a comment