ଶିକ୍ଷା ମନ୍ତ୍ରଣାଳୟର ଗାଇଡଲାଇନ୍; ୧୬ ବର୍ଷରୁ କମ୍ ବୟସର ପିଲା ଯାଇପାରିବେନି କୋଚିଂ ସେଣ୍ଟର

0

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଏବେ ଯାଇପାରିବେନି କୋଚିଂ ସେଣ୍ଟର । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସର୍ବନିମ୍ନ ମାନ ପାଇଁ ଏପରି ଗାଇଡଲାଇନ୍ ଆଣିଛନ୍ତି ସରକାର । ଏବେ ଅଭିଭାବକ ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ପଠାଇପାରିବେ ନାହିଁ ।

ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ । ଗ୍ରାଜୁଏସନ ଠାରୁ କମ୍ ଶିକ୍ଷା ପ୍ରାପ୍ତ କୌଣସି ଶିକ୍ଷକ କୋଚିଂ ସେଣ୍ଟରରେ ପଠାଇ ପାରିବେ ନାହିଁ । ଏହା ସହିତ ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ବି ଦେଇପାରିବେନି ।

କୌଣସି ଅନୈତିକ ଏବଂ ଅପରାଧ ସହିତ ଜଡିତ ଥିବା ଶିକ୍ଷକ ପଠାଇପାରିବେ ନାହିଁ । କୋଚିଂ ସେଣ୍ଟରରେ ଥିବା ଶିକ୍ଷକଙ୍କ ଯୋଗ୍ୟତା, ପାଠ୍ୟକ୍ରମ, ଛାତ୍ରାବାସ ସୁବିଧା ଏବଂ ଫିସ୍‌ ବାବଦରେ ଅପଟେଡ ବିବରଣୀ ୱେବସାଇଟରେ ରହିବା ଜରୁରୀ।

କୌଣସି ଛାତ୍ରଙ୍କୁ ଶିକ୍ଷାକୁ ନେଇ ଚାପ ପକାଯାଇପାରିବ ନାହିଁ । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ପାଇଁ ଚାପ ମଧ୍ୟ ପକାଯାଇପାରିବ ନାହିଁ ।ବିଭିନ୍ନ ପାଠ୍ୟକ୍ରମ ଏବଂ ଏଥିପାଇଁ ନିଆଯାଉଥିବା ଫିସର ରସିଦ ଦେବା ଜରୁରୀ ।

ସୂଚନାଯୋଗ୍ୟ, ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା, କୋଚିଂ ସେଣ୍ଟରରେ ନିଆଁ ଘଟଣା ପରେ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

Leave a comment