ବାହାଘରରେ ବିନା ମାସ୍କରେ ନାଗିନ୍‌ ଡ୍ୟାନ୍ସ କରିଥିବା ତହସିଲଦାର ନିଲମ୍ବିତ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ଡ୍ୟାନ୍ସରେ ମତୁଆଲା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ କରୁଥିଲେ । ତହସିଲଦାରଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଜୁନ୍‌ ୭ ତାରିଖରେ ଜାତୀୟ ମାନବାଧିକାର କମିଶନ ତହସିଲଦାର କୋଭିଡ୍‌ ନିୟମର ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭିଡିଓରେ ଦେଖିବାକୁ ମିଳିଥିଲା ବିବାହରେ ସାମିଲ ହେବାକୁ ଦିଆଯାଇଥିବା ଅନୁମତିଠାରୁ ଅଧିକ ଲୋକ ଯାଇଥିଲେ । ରାତିରେ ଶୋଭାଯାତ୍ରା ଯାଇଥିଲା । ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ।

Leave a comment