ଓଡ଼ିଶା ଫାଷ୍ଟ( ବ୍ୟୁରୋ) : ଚଳିତବର୍ଷ ମକର ସଂକ୍ରାନ୍ତି ୧୫ ତାରିଖରେ ପଡୁଥିବାରୁ ସମସ୍ତ ସରକାରୀ ଅଫିସ ଓ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଛୁଟି ଘୋଷଣା ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶ ଥାଉକି, ପୂର୍ବରୁ ମକର ସଂକ୍ରାନ୍ତି ଜାନୁଆୟୀ ୧୪ ତାରିଖରେ ପଡ଼େ । କିନ୍ତୁ ଚଳିତ ବର୍ଷ ୧୫ ତାରିଖରେ ପଡୁଛି ।