ଭୋକିଲାଙ୍କୁ ରାନ୍ଧଖାଦ୍ୟ ଯୋଗାଉଛି ମହତ୍ତ୍ୱ ଫାଉଣ୍ଡେସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଲକଡାଉନ ଜାରି ହେବା ଦିନଠାରୁ ମହତ୍ତ୍ୱ ଫାଉଣ୍ଡେସନ ପକ୍ଷରୁ ଜାରି ରହିଛି ରନ୍ଧା ଖାଦ୍ୟ ବଣ୍ଟନ । ସେମାନେ ବିଭିନ୍ନ ସ୍ଥାନରେ ଥିବା ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଅନେକ ଯୁବକ ସ୍ବଇଚ୍ଛାରେ ଆସି ରନ୍ଧା ଖାଦ୍ୟ ବିତରଣରେ ମହତ୍ତ୍ୱ ଫାଉଣ୍ଡେସନ କର୍ମକର୍ତ୍ତାଙ୍କୁ ସହଯୋଗ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅଜିତ ବେହେରା, ଶିବବ୍ରତ ନାୟକ, ସତ୍ୟ ଶ୍ରୀଚନ୍ଦନ, କଳ୍ପତରୁ ଓଝା, ଅମିତ କୁମାର ପଟ୍ଟନାୟକ, କସିମ, ପ୍ରଫୁଲ୍ଲ କୁମାର ସାହୁ, ଲିପୁନ ଖୁଣ୍ଟିଆ, ଶିବ ପ୍ରସାଦ ମହାପାତ୍ର, ସ୍ମୃତି ରଞ୍ଜନ ପଣ୍ଡା, ଅମିତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ । ସେହିପରି ବିଜେବି ଫ୍ରେଣ୍ଡସର ପିଆରଓ, ଭୁବନେଶ୍ୱର ୟୁସିଡିଏ ପିଆରଓ ତଥା ଓଡ଼ିଶା ଫାଷ୍ଟ ଏଡିଟର ପ୍ରଗତିରଞ୍ଜନ ମହାନ୍ତି ସେମାନଙ୍କୁ ଏହି ମହତ କାର୍ଯ୍ୟରେ ସହଯୋଗ କରିଥିଲେ ।