ବିଧାୟିକା କୁସୁମ ଟେଟେଙ୍କୁ ଆଶ୍ଵସ୍ତି
ନିର୍ବାଚନୀ ମାମଲା ହାଇକୋର୍ଟରେ ଖାରଜ
ବିଧାୟିକା କୁସୁମ ଟେଟେଙ୍କୁ ଆଶ୍ଵସ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ମାମଲା ହାଇକୋର୍ଟ ଖାରଜ କରିଛନ୍ତି। ଅଯଥା ମାମଲା ରୁଜୁ କରିବା ସହ ବିଧାୟିକାଙ୍କୁ ଆଇନଗତ ଝାମେଲା ଭିତରକୁ ଟାଣି ଥିବାରୁ ଆବେଦନକାରୀଙ୍କ ଉପରେ ୧୫ ହଜାର ଟଙ୍କାର ଜରିମାନା କଲେ ହାଇକୋର୍ଟ। ଏହି ଅର୍ଥ ୬ ସପ୍ତାହ ଭିତରେ ବିଧାୟିକାଙ୍କୁ ଦେବେ ଆବେଦନକାରୀ।