ମୟୁରଭଞ୍ଜରେ ଉଦଘାଟିତ ହେବ କିସର ଶାଖା

0

ଓଡିଶା ଫାଷ୍ଟ(  ବ୍ୟୁରୋ) :  ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ନିକଟସ୍ଥ ବାଙ୍କୀଶୋଳ ଠାରେ ଭୁବନେଶ୍ୱର ଭଳି କିସର ଏକ ଆବସିକ ଜନଜାତି ବିଦ୍ୟାଳୟ ଏବଂ ଜିଲ୍ଲାବାସୀଙ୍କ ପାଇଁ ୫୦ ଶଯ୍ୟା ବଶିଷ୍ଟ ଏକ ଡାକ୍ତରଖାନା ବୁଧବାର ଦିନ ଉଦଘାଟିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିବେ । ଆଦାମୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଏସ ଆଦାନି, ଆଦାନୀ ଫାଉଡେସନର ଚେୟାର ପର୍ସନ ଡ. ପ୍ରୀତି, ଜି ଆଦାନୀ ଏସ. ଇ ଜେଡର ମୁଖ୍ୟ ପରିଚାଳନା ଅଧିକାରୀ କରଣ ଗୌତମ ଆଦାନୀ ଏବଂ କିସ ଓ କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ଉତ୍ସବରେ ଉପସ୍ଥିତ ରହିବେ । ଏହି ଅନୁଷ୍ଠାନ ନାମ ଆଦାନୀ – କିସ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏଠାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଜିଲ୍ଲାର ୧୫୦୦ ଗରିବ ଜନଜାତି ଛାତ୍ରଛାତ୍ରୀ ମାଗଣାରେ ପାଠ ପଢିବେ । ଏହି ଅନୁଷ୍ଠାନ ପାଇଁ ଡ. ଅଚ୍ୟୁତ ସାମନ୍ତ ଉଦ୍ୟମକୁ ମୟୁରଭଂଜ ଜିଲ୍ଲାରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।  ମୁଖ୍ୟମନ୍ତ୍ରୀ  ମୟୁରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ୨୫୦କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଜନହିତକର ପ୍ରକଳ୍ପ ଗୁଡିକ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ବିକାଶ ସହ ପାନୀୟଜଳ ଓ ଉତ୍ତମ ଗମନାଗମନ ସୁବିଧା ପ୍ରଦାନରେ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ।

Leave a comment