ଖୋର୍ଦ୍ଧା ଜିଲ୍ଲାରେ ଦିନ ୨ଟାରୁ ସକାଳ ୬ଟା ଯାଏଁ ସଟ୍ଡାଉନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ଏବେ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ଦୋକାନ। ଦିନ ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପୂରା ସଟଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ୍ଡାଉନ୍ ସମୟରେ କେତେକ ଜରୁରୀ ସାମଗ୍ରୀ ଦୋକାନ ଖୋଲାରହିବ । ଯେପରି ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଖୋଲାରହିବ। ଏହାକୁ ଛାଡି ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଜୁନ୍ ୩୦ ଯାଏଁ ବଳବତ୍ତର ଜାରି ରହିବ ସମସ୍ତ କଟକଣା। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଥିବାବେଳେ ଭୁବନେଶ୍ବର ମହାନଗର ନିଗମ(BMC) ପାଇଁ ଲାଗୁ ହେବନାହିଁ ନିୟମ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଯେଉଁ ସବୁ ଅଞ୍ଚଳ ଆସୁଛି। ସେହିସବୁ ପାଇଁ ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ ଅନୁସାରେ ପାଳନ କରାଯିବ । ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।