ଦୁଇଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ: ଶିଖର ସମ୍ମିଳନୀରେ ଯୋଗଦେବେ

0

ନୂଆଦିଲ୍ଲୀ : ଦୁଇ ଦିବସୀୟ ଭାରତ ଗସ୍ତରେ ଆସିବେ ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ସେ ଆସନ୍ତା ୧୯ ଓ ୨୦ ତାରିଖରେ ଦିଲ୍ଲୀରେ ରହିବେ । ଶନିବାର ଭାରତ-ଜାପାନ ଚତୁର୍ଦ୍ଦଶ ସମ୍ମିଳନୀରେ ଭାଗ ନେବେ। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ୍ ସାମିଲ ହେବେ।

ଏହି ଶିଖର ସମ୍ମିଳନୀ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା ଓ ତାକୁ ମଜଭୁତ କରିବା ସହ ପାରସ୍ପରିକ ହିତର ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ବିଚାରର ଆଦାନପ୍ରଦାନ କରିବାର ଅବସର ପ୍ରଦାନ କରିବ । ଗତ ଦୁଇ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଲାଗି ରହିଥବା ବିବାଦୀୟ ପରିସ୍ଥିତିରେ ସୁଧାର ଆସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଓ ମାରିସନ୍‌ ମାର୍ଚ୍ଚ ୨୧ ତାରିଖରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ୍‌ ଶିଖର ସମ୍ମିଳନୀ କରିବେ । ଉଭୟ ଦେଶ ମଧ୍ୟରେ ପ୍ରଥମ ଶିଖର ସମ୍ମିଳନୀ ୨୦୨୦ ଜୁନ୍‌ ୪ ତାରିଖରେ ଭର୍ଚୁଆଲ୍‌ ମାଧ୍ୟମରେ ହୋଇଥିଲା ।

ୱାଙ୍ଗ ୟି ସେପ୍ଟେମ୍ବର ୨୦୨୦ ରେ ଋଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ, ଯାହା ଗଲୱାନ ଉପତ୍ୟକାରେ ସାମରିକ ତିକ୍ତତାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥିଲା। ଏହା ପରେ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଛି।

Leave a comment