ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍
ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଚିପକ ଷ୍ଟାଡିୟମ୍ ମଧ୍ୟ ବିନା ଦର୍ଶକରେ ଏହି ମ୍ୟାଚ୍ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ୨୦୧୬ର ପ୍ରଦର୍ଶନକୁ ଦୋହରାଇ ଭାରତ ଆଉ ଏକ ଟେଷ୍ଟ ସିରିଜ ଜିତିବାକୁ ଲକ୍ଷ୍ୟ ରଖିବ। ଏହି ସିରିଜର ବିଜେତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବା ନିଶ୍ଚିତ ହୋଇଯିବ ।
ଭାରତ ଗସ୍ତ ପୂର୍ବରୁ ଶ୍ରୀଲଙ୍କାଠାରୁ ଟେଷ୍ଟ ସିରିଜ ଜିତିବା ପରେ ଇଂଲଣ୍ଡ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ଦଳର ସମସ୍ତ ଖେଳାଳି ଫିଟ୍ ରହିଛନ୍ତି । ଅଭିଜ୍ଞ ବେନ ଷ୍ଟୋକ୍ସ ଓ ଘାତକ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ଉପସ୍ଥିତି ଦଳକୁ ସୁଦୃଢ କରିଛି । ଅଧିନାୟକ ଜୋ ରୁଟ୍ ଭଲ ଫର୍ମରେ ଅଛନ୍ତି । ଶ୍ରୀଲଙ୍କାରେ ସେ ୨ଟି ଯାକ ଟେଷ୍ଟରେ ଶତକ ଅର୍ଜନ କରିଥିଲେ ।