ରବିବାର ଏହି ଉପାୟରେ କରନ୍ତୁ ପୂଜାର୍ଚ୍ଚନା, ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା

0

ହିନ୍ଦୁ ଧର୍ମରେ ଦେବଦେବୀ ଙ୍କ ପୂଜାରେ କର୍ପୂର ର ବ୍ୟବହାର ହୋଇଥାଏ l କର୍ପୁର ବ୍ୟବହାର କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ରବିବାର ଦିନ ଆପଣ କର୍ପୁର ର ବ୍ୟବହାର କରିବା ଦ୍ୱାରା ଅର୍ଥର ଅସୁବିଧା କୁ ଦୂର କରିଥାଏ l

– ରବିବାର ଦିନ ଶ୍ରୀ କର୍ପୂର ଓ ଗୋଲାପ ଫୁଲ ମା ଦୁର୍ଗାଙ୍କ ନିକଟରେ ଜଳାଇବା ଦ୍ୱାରା ଧନ ଲାଭର ବାଟ ଖୋଲିଯାଇ ଥାଏ ଏବଂ ବ୍ୟବସାୟ ରେ ସଫଳତା ପ୍ରାପ୍ତି ହୋଇଥାଏ l ଏହିଦିନ ମଧ୍ୟ ସୂର୍ଯ୍ୟଙ୍କ ନିକଟରେ କର୍ପୂର ଆଳତି କରିବା ଜରୁରୀ , ଯାହାଦ୍ୱାରା ଯଶ ବୃଦ୍ଧି ହୋଇଥାଏ ଲ

-ରବିବାର ଦିନ ଶ୍ରୀକର୍ପୂର ରେ ୩ଟି ଲବଙ୍ଗ ମିଶାଇ ଆଳତୀ କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ଯଦି ଆପଣ ଗୋଟିଏ ରୁପା ପାତ୍ରରେ କର୍ପୁର ଓ ଦୁଗ୍ଧ ସୂର୍ଯ୍ୟଙ୍କୁ ଅର୍ପଣ କରିବେ ତେବେ ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ l

– ପ୍ରତିଦିନ ତ କର୍ପୁର ଜଳାଇବା ଆବଶ୍ୟକ l କିନ୍ତୁ ରବିବାର ଦିନ ସୂର୍ଯ୍ୟଦେବ ଙ୍କ ନିକଟରେ ଘିଅ ଓ କର୍ପୁର ମିଶାଇ ଆଳତୀ କରିବା ଉଚିତ l ଏହାଦ୍ୱାରା ରୋଗ ବୈରାଗ ଦୂର ହୋଇଥାଏ l

– ଯଦି ପ୍ରତିଦିନ ଘରର ପୂଜା ସ୍ଥଳରେ କର୍ପୁର ଜଳା ଯାଇଥାଏ ତେବେ ପରିବାର ର ସମସ୍ତ ସଦସ୍ୟ ରୋଗମୁକ୍ତ ରହି ଥାଆନ୍ତି ଓ ବାସ୍ତୁ ଦୋଷ ଦୂର ହୋଇଥାଏ l

– ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ରବିବାର ଦିନ ପତିପତ୍ନୀ ମିଳିତ ଭାବରେ ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ଆବଶ୍ୟକ ଓ ଏହି ପୂଜାରେ ଦୁଗ୍ଧ ଅର୍ଘ୍ୟ ଦେବା ଜରୁରୀ ଏବଂ ସୂର୍ଯ୍ୟଦେବ ଙ୍କ ଉଦେଶ୍ୟରେ ସୂର୍ଯ୍ୟ ମନ୍ତ୍ର ପାଠ କରି କର୍ପୂର ଆଳତୀ କରନ୍ତୁ l

– ଯେଉଁ ଲୋକମାନେ ଆକସ୍ମିକ ଦୁର୍ଘଟଣା କୁ ଭୟ କରନ୍ତି ସେମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରି କର୍ପୂର ଆଳତୀ କରନ୍ତୁ l

 

Leave a comment