ସଚିବ ସ୍ତରରେ ଅଦଳବଦଳ

0

ଓଡିଶା ଫାଷ୍ଟ(  ବ୍ୟୁରୋ): ସଚିବ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଥିବା ବେଳେ  ନିକୁଞ୍ଜ ବିହାରୀ ଧଳ  ସ୍ୱାସ୍ଥ୍ୟ ସଚିବ ହୋଇଛନ୍ତି।  ଅପରପକ୍ଷେ ସ୍ୱାସ୍ଥ୍ୟ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦା ହେଲେ ପରିବହନ ସଚିବ। ମେହେର୍ଦ୍ଦାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। IPS ଅରୁଣ ବୋଥ୍ରାଙ୍କୁ OSRTC ଏମ୍‌ଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ୟେଦୁଲା ବିଜୟ ହେଲେ ଯୋଜନା-ସଂଯୋଜନା ବିଭାଗ ଉପ ସଚିବ।  ସେହିପରି ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ମହାନଗର ନିଗମ କମିଶନର ହୋଇଥିବା ବେଳେ ତାଙ୍କୁ ରାଉରକେଲା ସ୍ମାର୍ଟ ସିଟି ସିଇଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Leave a comment