ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡୀ ଅଛି: ଗୋପାଳ
ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। କଟକ ଚୌଦ୍ୱାର ଜେଲରୁ କଡ଼ା ସୁରକ୍ଷା ବଳୟରେ ଆଣି ଗୋପାଳକୁ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିଥିଲା। ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପକ୍ଷେ, ମାମଲାକୁ ଏଡିଜେ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।
ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି। ଗୋପାଳର ମନ୍ତବ୍ୟ ନେଇ ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି, ‘ଜଜ୍ ଙ୍କୁ ଗୋପାଳ କହିଥିଲା ଯେ- ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡୀ ଅଛି। ଜଜ୍ କହିଥିଲେ, ଏବେ ନୁହେଁ, ଚାର୍ଜ ଫ୍ରେମ୍ ବେଳେ ଏକଥା କହିବ’।