ତୃତୀୟ ଥର ପାଇଁ ଝାଡଖଣ୍ତର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

0

ତୃତୀୟ ଥର ପାଇଁ ଝାଡଖଣ୍ତର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ରାଜ୍ୟପାଳ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ୩୧ ଜାନୁଆରୀ ୨୦୨୪ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣିଥରେ ସିଏମ୍ ଭାବେ ଶପଥ ନେଇଛନ୍ତି ।

ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଚମ୍ପାଇ ସୋରେନ ମଧ୍ୟ ଉପସ୍ଥିତ ଥିଲେ । ହେମନ୍ତ ସୋରେନଙ୍କ ସହ ତାଙ୍କ ପରିବାର ମଧ୍ୟ ରାଜ ଭବନରେ ଏହି ସମୟରେ ଉପସ୍ଥିତ ଥିଲେ । କଲପନା ସୋରେନ୍ ଚମ୍ପାଇ ସୋରେନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଝାଡଖଣ୍ତ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବୁଧବାର ଦିନ ଚମ୍ପାଇ ସୋରେନ ସିଏମ ପଦରୁ ଇସ୍ତଫା ଦେଇଥିଲେ । ନିକଟରେ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜମି ସମ୍ବନ୍ଧୀୟ ଅର୍ଥ ହେରଫେର ମାମଲାରେ ଜାମିନ ପ୍ରଦାନ କରିଥିଲେ। ଏହା ପରେ ବୁଧବାର ଇଣ୍ଡିଆ ଆଲାଇନ୍ସର ବୈଠକରେ ଚମ୍ପାଇ ସୋରେନଙ୍କ ସ୍ଥାନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତି ପ୍ରକାଶ ପାଇଥିଲା ।

ସୂଚନାଥାଉ ଯେ, ୨୦୦୦ ମସିହା ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡଖଣ୍ଡ ଗଠନ କରାଯାଇଥିଲା । ସେବେଠାରୁ ଏବେ ଯାଏଁ ୧୨ଜଣ ସିଏମ ହୋଇଛନ୍ତି । ତେବେ ହେମନ୍ତଙ୍କ ନୂଆ ସରକାରରେ ଝାଡଖଣ୍ଡରେ ୧୨ଜଣ ମନ୍ତ୍ରୀ ହୋଇଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାନୁଆରୀ ୩୧ ରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେ ଇଡି ହେପାଜତରେ ଥିବାବେଳେ ସିଏମ ପଦରୁ ଇସ୍ତଫା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ।

Leave a comment