‘ରାଜ୍ୟରେ ଉପୁଜିନାହିଁ ଅନଲକ୍ ସ୍ଥିତି, ପୁରା ଖୋଲା ଛଡାଯାଇ ପାରିବନାହିଁ’
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଏବେ ଅନଲକ୍ ହେବନାହିଁ । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ୍ ଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। କଟକ, ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ୫ ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହିଛି ପଜିଟିଭ ସଂଖ୍ୟା। ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ ।
ଅନ୍ୟପଟେ ଡେଙ୍ଗୁ ନେଇ ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡି-୨ ଷ୍ଟ୍ରେନ୍ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ । ଏହା ଆଗରୁ ଥିଲା । ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।