ଡେଲିଭରୀ ବୟ ନାଁରେ ୧୦ ଲକ୍ଷର ଜିଏସ୍ଟି ଠକେଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜିଏସ୍ଟି ଠକେଇର ପେଣ୍ଠସ୍ଥଳୀ ପାଲଟିଛି ଷ୍ଟିଲ୍ ସିଟି ରାଉରକେଲା। ଡ୍ରାଇଭର, ପାଇପ୍ ମିସ୍ତ୍ରୀଙ୍କ ପରେ ଏବେ ଏକ ଘରୋଇ କମ୍ପାନୀର ଡେଲିଭରି ବୟଙ୍କ ନାଁରେ ୧୦ ଲକ୍ଷ ଟଙ୍କାର GST ଠକେଇର ଅଭିଯୋଗ ଆସିଛି। ୨୦୧୯ ମସିହାରେ ମନୋରମା ଟ୍ରେଡିଂ ନାମକ ଏକ କମ୍ପାନୀ ସମ୍ପୃକ୍ତ ଡେଲିଭରି ବୟଙ୍କ ନାଁରେ ଜାଲିଆତି କରି ୧୦ ଲକ୍ଷ ଟଙ୍କାର ବେନାମୀ କାରବାର କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ୨୦୧୮ ମସିହାରେ ଫ୍ଲିପ୍କାଟରେ ଡେଲିଭରୀ ବୟ ଭାବେ କାମ କରୁଥିଲେ ରତି ନାଗ। ୨୦୧୯ ମେ’ ମାସରେ ତାଙ୍କ ନାଁରେ ଆସିଥିଲା ୧୦ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ। ମନୋରମା ଟ୍ରେଡିଂ ନାମକ ଏକ କମ୍ପାନୀ ରତିଙ୍କ ନାଁରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଥିଲା