ନ୍ୟୁଜିଲାଣ୍ଡରେ ଭୂକମ୍ପ

0

ତୁର୍କୀ ପରେ ଥରିଲା ନ୍ୟୁଜିଲାଣ୍ଡର ମାଟି । ଏଠାରେ ବଡ ଧରଣର କମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ । ଶନିବାର ନ୍ୟୁଜିଲାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ଏହି କମ୍ପନ ଅନୁଭୂତ ହୋଇଥିଲା ।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ଶନିବାର ଦିନ ନ୍ୟୁଜିଲାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୬.୯ ତୀବ୍ରତାରେ ଏକ ଭୂକମ୍ପ ହୋଇଛି ।

USGS କହିଛି ଯେ ଭୂକମ୍ପ କେନ୍ଦ୍ର ୧୫୨ କିଲୋମିଟର (୯୪ ମାଇଲ) ଗଭୀରରେ ଥିଲା । ଏହାପୂର୍ବରୁ ୟୁରୋପୀ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ୬.୬ ତୀବ୍ରତା ଏବଂ ୧୮୩ କିଲୋମିଟର ଗଭୀରତା ଆକଳନ କରିଥିଲା । ତେବେ ଭୂକମ୍ପରେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ହୋଇଥିବା ହସ୍ତଗତ ହୋଇନି । ଏହାସହ ସୁନାମୀ ନେଇ ବି କୌଣସି ସତର୍କ ସୂଚନା ଜାରି ହୋଇନି ।

Leave a comment