ରାସ୍ତା କଡରେ ମହିଳାଙ୍କ ପ୍ରସବ

0

ଓଡ଼ିଶ ଫାଷ୍ଟ (ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଚିକିଟି ଛକର ମୁଖ୍ୟରାସ୍ତାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡରେ ପ୍ରସବ କଲେ ଜଣେ ଅଜଣା ମହିଳା ।

ମହିଳା ଜଣଙ୍କ ମାନସିକ ବିକୃତ ହୋଇଥିବା ସୂଚନା ମିଳିଛି । ମହିଳା ଜଣଙ୍କ ଆଜି ସକାଳୁ ରାସ୍ତା କଡରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଖବର ପାଇ ସ୍ଥାନୀୟ ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରକୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Leave a comment