ପୂର୍ବତନ ବିଧାୟକଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ ହୋଇଛି। ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।ବର୍ଷାରେ ଭିଜିଲା ଧାନ

ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାରେ ଅବହେଳା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ତତ୍‌କାଳ ଆଇସିୟୁର ସୁବିଧା ମିଳି ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଯଦି ଜଣେ ପୂର୍ବତନ ଏମଏଲଏଙ୍କୁ ସୁବିଧା ସୁଯୋଗ ମିଳିପାରୁ ନାହିଁ, ତେବେ ସାଧାରଣ ଲୋକଙ୍କୁ କିପରି ଏହା ମିଳୁଥିବ ବୋଲି ତାଙ୍କ ପୁଅ ପ୍ରଶ୍ନ କରିଛନ୍ତି। ଦୈତାରୀ ବେହେରାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଥିଲେ, ସେ ଆଜି ଜୀବତ ଥାଆନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଦୈତାରୀ ୧୯୭୪ରେ ଉତ୍କଳ କଂଗ୍ରେସ ଏବଂ ୧୯୯୫ରେ କଂଗ୍ରେସରୁ ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Leave a comment