ବାଡ଼ିରେ ଅଳିଆ ପକାଇବାରୁ ପଡୋଶୀଙ୍କୁ କଟୁରୀ ଚୋଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଳିଆ ପକେଇବାରୁ ପଡ଼ୋଶୀଙ୍କୁ କଟୁରି ଚୋଟ। କଟୁରି ଆଘାତରେ ଜଣେ ଗୁରୁତର ହୋଇଛନ୍ତି। ସେଠାରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାରାଦୀପ ସ୍ଥିତ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାଯତ ଅଧିନ ନୂଆଗାଁ ଗାଁର ବାଲିସାହିରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗତକାଲି ରାତିରେ ନୂଆଗାଁର ଅମର ଦଳାଇ ତାଙ୍କ ପଡୋଶୀ ଧ୍ରୁବ ଦଳାଇଙ୍କ ବାଡ଼ିରେ ଅଳିଆ ପକେଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ପଡୋଶୀ ଧ୍ରୁବ ପଲେଇ(୬୫) ଓ ତାଙ୍କ ପୁଅ ରଞ୍ଜିତ ପଲେଇ(୩୬) ଅମରଙ୍କୁ ଆକ୍ରମଣ କରିଥିଲେ। ଉଭୟ କଟୁରିରେ ଅମରଙ୍କ ମୁଣ୍ଡଙ୍କୁ ହାଣି ଦେଇଥିଲେ। କଟୁରି ଆଘାତରେ ଅମର ଗୁରୁତର ହୋଇଥିଲେ।

ଅମରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପାରାଦୀପ ସ୍ଥିତ ଅଠରବାଙ୍କୀ ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଅମରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଅମରଙ୍କ ପତ୍ନୀ ଆରତୀ ଦଳାଇ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଆକ୍ରମଣକାରୀ ଉଭୟ ବାପା ଓ ପୁଅଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି। ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି।

Leave a comment