ରଜ ପାଇଁ କର୍ଫ୍ୟୁ କୋହଳ : ଶୁକ୍ରବାର ରାତି ୧୦ରୁ କର୍ଫ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଜ ପର୍ବରେ କିଣାକିଣି କରିବା ପାଇଁ ଲୋକଙ୍କ ସୁବିଧାକୁ ଦୃଷ୍ଟିରେରଖି ଆସନ୍ତାକାଲି ରାତିରେ କର୍ଫ୍ୟୁ କୋହଳ ହେବ। ସନ୍ଧ୍ୟା ୭ଟା ବଦଳରେ ରାତି ୧୦ରୁ କର୍ଫ୍ୟୁ ଲାଗିବ । କେବଳ ଶୁକ୍ରବାର ସନ୍ଧ୍ୟା ପାଇଁ ନିୟମ କୋହଳ କରାଯାଇଛି । ଏନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।

ଲକ୍ଡାଉନ୍ ଲାଗୁ ହୋଇଥିବାରୁ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ରଜ ପର୍ବକୁ ଦୃଷ୍ଟିରେ ରଖି ନିୟମ କୋହଳ କରିବା ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୪ ତାରିଖରୁ ରଜ ପର୍ବ ଆରମ୍ଭ ହେଉଥିବାକୁ ଲୋକମାନେ କିଣାକିଣି କରୁଛନ୍ତି । କର୍ଫ୍ୟୁ ଯୋଗୁଁ ୭ଟାରେ ଦୋକାନ ବଜାର ବନ୍ଦ ହୋଇଯାଉଥିବାକୁ ଲୋକମାନଙ୍କୁ କିଣାକିଣି କରିବାରେ ସମସ୍ୟା ଉପୁଜୁଥିଲା ।
ଶନିବାର ଏବଂ ରବିବାର ସଟ୍ ଡାଉନ୍ ବଳବତ୍ତର ରହୁଛି । ତେଣୁ ଶୁକ୍ରବାର ରାତିରେ ଲୋକଙ୍କ କିଣାକିଣି ପାଇଁ ଏହି କର୍ଫ୍ୟୁ କୋହଳ କରାଯାଇଛି ।

Leave a comment