ଘରୋଇ ହସ୍ପିଟାଲ୍‌ରେ ମାଗଣା ମିଳିବ ଟିକା : ଏସ୍‌ଓପି ଜାରି କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରୋଇ ହସ୍ପିଟାଲ୍‌ରେ ବି ହୋଇପାରିବ ଟିକାକରଣ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏଥିପାଇଁ ଗାଇଡ୍‌ଲାଇନ୍‌ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (ଏସ୍‌ଓପି) ଜାରି କରିଛନ୍ତି ସରକାର ।

୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୪ ବର୍ଷରୁ କମ୍‌ ବ୍ୟକ୍ତି ଏବେ ଘରୋଇ ହସ୍ପିଟାଲ୍‌ରେ ଟିକା ନେଇ ପାରିବେ । ରାଜ୍ୟ ସରକାର ଘରୋଇ ହସ୍ପିଟାଲ୍‌କୁ ମାଗଣାରେ କରୋନା ଟିକା ଯୋଗାଇଦେବା ନେଇ ଏହି ଏସ୍‌ଓପିରେ କହିଛନ୍ତି । ଏଥିପାଇଁ ଘରୋଇ ହସ୍ପିଟାଲ୍‌ ଗୁଡ଼ିକ ଏ ନେଇ ଡୋଜ୍‌ ପିଛା ୧୦୦ଟଙ୍କା ଆଦାୟ କରିପାରିବେ ବୋଲି ରାଜ୍ୟ ସରକାର କହିଛନ୍ତି ।

Leave a comment