୨ନୂଆ କରୋନା ଆକ୍ରାନ୍ତଙ୍କ ସହ ରାଜ୍ୟର କରୋନା ସଂଖ୍ୟା ହେଲା ୫୦
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ ୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩୭ ଜଣ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, ଆଜି ମୋଟ ୨୯୮ ଟି ନମୁନା ପରୀକ୍ଷା କରାଯାଇଥିଲା ସେଥିରୁ ୨ଟି ପଜେଟିଭ ଆସିଥିବା ସ୍ପଷ୍ଟ କରାଯାଇଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ ।