ସୋମବାରଠୁ ଗଡ଼ିବ ‘ମୋ ବସ୍‌’, ଟ୍ବିଟ୍‌ କରି ସୂଚନା ଦେଲା କ୍ରୁଟ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏହାରି ଭିତରେ ବିଭିନ୍ନ କଟକଣା କୋହଳ କରାଯାଇଛି। ବିଶେଷ କରି ସାରା ରାଜ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି। ଏହାକୁ ନଜରରେ ରଖି ଆସନ୍ତା ସୋମବାର ପାଖରୁ ‘ମୋ ବସ୍‌’ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଶୁକ୍ରବାର ପାଖରୁ ରେଳ ଷ୍ଟେସନ୍‌ ଏବଂ ଏୟାରପୋର୍ଟକୁ ମୋ ବସ୍‌ ଗଡ଼ିବ ବୋଲି ଟ୍ବିଟ୍‌ କରି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।  

ଜୁଲାଇ ୧୯ରୁ ମୋ ବସ୍‌ ସେବା ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତାକାଲିଠୁ ରାଜ୍ୟରେ ବସ୍‌ ଚଳାଚଳ କରିବ। ସେପଟେ ଘରୋଇ ବସ ମାଲିକମାନଙ୍କୁ ସରକାର ଆଶ୍ବସ୍ତି ଦେଇଛନ୍ତି। ସମସ୍ତ ବସ୍‌ ମାଲିକଙ୍କୁ ୩ ମାସର ଟିକସ୍‌ ଛାଡ କରିଛନ୍ତି ପରିବହନ କମିଶନର। ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍‌ ଏବଂ ଶିକ୍ଷାନୁଷ୍ଠାନରେ ବ୍ୟବହୃତ ସମସ୍ତ ବସ୍‌ଗୁଡ଼ିକ ପାଇଁ ଏପ୍ରିଲ୍‌, ମେ ଓ ଜୁନ୍‌ ମାସର ଟିକସ୍‌ ଛାଡ଼ କରାଯାଇଛି।

Leave a comment