ସର୍ବାଧିକ ସନ୍ତାନ ଥିବା ପିତାମାତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

0

ମିଜୋରାମର ମନ୍ତ୍ରୀ ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ରହିଛନ୍ତି । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ମନ୍ତ୍ରୀ ରବର୍ଟ ରୋମାୱିଆ ରୋଏଟ ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ତାଙ୍କ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି କରିବାକୁ ଉତ୍ସାହିତ କରିବା । ଆଇଜଲର ପୂର୍ବ-୨ ନିର୍ବାଚନ ମଣ୍ଡଳୀରେ ଅଧିକ ସନ୍ତାନ ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ସହ ସାର୍ଟିଫିକେଟ ଏବଂ ଟ୍ରଫି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ପ୍ରୋତ୍ସାହନ ରାଶି ମନ୍ତ୍ରୀଙ୍କ ପୁଅର କମ୍ପାନୀ ବହନ କରିବ ।

Leave a comment