ଅବତରଣର ୨ମିନିଟ ପୂର୍ବରୁ ବିଛିନ୍ନ ହେଲା ସମ୍ପର୍କ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଶେଷ ମୁହୂର୍ତ୍ତରେ ହେଲା ସମ୍ପର୍କ ବିଚ୍ଛିନ୍ନ । ଚନ୍ଦ୍ରପୃଷ୍ଠଠାରୁ ଆଉ ମାତ୍ର ବାକି ଥିଲା ୨.୧ କିମି ମାତ୍ର ଚନ୍ଦ୍ରଯାନ-୨ ସହ ବିଚ୍ଛିନ୍ନ ହେଲା ଯୋଗାଯୋଗ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣ ନେଇ ମିଳିପାରିଲାନି କୌଣସି ସୂଚନା । ତେଣୁ ଏହି ଅଭିଯାନ ବିଫଳ ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣ ନେଇ ଆରମ୍ଭ ହୋଇଥିଲା କାଉଣ୍ଟଡାଉନ ସବୁକିଛି ଠିକଠାକ ଚାଲିଥିଲା ହେଲେ ହଠାତ ଚନ୍ଦ୍ରଯାନ-୨ସହ ସମ୍ପର୍କ ବିଚ୍ଛିନ୍ନ ହେଲା । ଏହାକୁ ନେଇ ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ଇସ୍ରୋ’ ର ବୈଜ୍ଞାନିକଙ୍କ ମନରେ ନିରାଶା ଖେଳି ଯାଇଛି । ଇସ୍ରୋର ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇ କହିଛନ୍ତି, ‘ଜୁଲାଇ ୨୨ତାରିଖରେ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣରୁ ଆରମ୍ଭ କରି ଗତକାଲି ମଧ୍ୟରାତ୍ରି ୧.୫୦ ମିନିଟ୍ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଚାଲିଥିଲା । ବିକ୍ରମର ଅବତରଣକୁ ଆଉ ମାତ୍ର ୨ମିନିଟ ବାକିଥିଲା କିନ୍ତୁ ଯୋଗାଯୋଗ ବିଚ୍ଛିନ୍ନ କାରଣରୁ ଏହି ମିଶନ ସଫଳ ହୋଇପାରିନାହିଁ ‘।

ଚନ୍ଦ୍ରଯାନ-୨ର ଅବତରଣର ସିଧାପ୍ରାସରଣ ଦେଖିବାକୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋରେ ଉପସ୍ଥିତ ଥିଲେ । ମାତ୍ର ଏହାର ବିଫଳତା ପରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି କହିଥିଲେ, ‘ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ କେବେ ବିଫଳ ଯିବନାହିଁ । ବୈଜ୍ଞାନିକମାନଙ୍କ ସହ ତାଙ୍କର ସମର୍ଥନ ରହିବ ଓ ସେମାନେ ତାଙ୍କର ଉଦ୍ୟମ ଜାରି ରଖନ୍ତୁ’।

Leave a comment