ଓଡିଶା ପାଇଁ BWF ଓଡିଶା ଓପନ ଲାଭଦାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): 25 ରୁ 30 ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଡବ୍ଲୁଏଫ ଓଡିଶା-ଓପନ-2022। ପ୍ରାୟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ । ଏତେ ବଡ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡିଶାରେ ହେଉଥିବାରୁ ଏହା ଖେଳାଳିଙ୍କ ପାଇଁ ବଡ ସୁଯୋଗ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି କମଲ ଦାସ । ଟୁର୍ଣ୍ଣାମେଣ୍ଟରେ ଦେଶ ବିଦେଶରୁ 3 ଶହ ଖେଳାଳି ଓ 2 ଶହ ଅଫିସିଆଲ ଭାଗ ନେବେ। ଓଡିଶାର 5 ଜଣ ଖେଳାଳି ମଧ୍ୟ ଏହି ମେଗା ପ୍ରତିଯୋଗୀତାରେ ଭାଗ ନେବେ । ଭୁବନେଶ୍ବରରେ ଖେଳାଳିମାନେ ରହି କଡା ସୁରକ୍ଷା ବଳୟରେ କଟକରେ ମ୍ୟାଚ ଖେଳିବେ। ବିନା ଦର୍ଶକରେ ବାୟୋବବୁଲ ବ୍ୟବସ୍ଥା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥି ପାଇଁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ 5ଟି କୋର୍ଟ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଓଡିଶା ପାଇଁ ଲାଭବାନ ହେବ ବୋଲି ଆଶା କରାଯାଉଛି ।

Leave a comment