ମେୟର ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ସକାରାତ୍ମକ ପ୍ରବୃତ୍ତି ହେବ ମାପ ଦଣ୍ଡ: ଅପରାଜିତା

0

କଂଗ୍ରେସ ନିଜ ମେୟର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ବିଜେଡିର ଅଙ୍କ ଶେଷ ହୋଇ ନାହିଁ । ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦଳୀୟ ମେୟର ପ୍ରାର୍ଥୀକୁ ନେଇ ବଡ ସୂଚନା ରଖିଛନ୍ତି ।
ଅପରାଜିତା କହିଛନ୍ତି ଯେ, ମେୟର ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ସକାରାତ୍ମକ ପ୍ରବୃତ୍ତି ହେବ ମାପ ଦଣ୍ଡ । ଯିଏ ମେୟର ହେବେ ସମସ୍ତଙ୍କୁ ନେଇ ଚାଲିଵା ସହ ସେବା ମନବୃତ୍ତି ହେବା ଦରକାର । ସହର ସମସ୍ୟା ବୁଝୁଥିବେ । ସମସ୍ୟା ସମାଧାନର ପ୍ରବୃତ୍ତି ହେବା ଦରକାର । ଡ୍ରେନେଜ ସମସ୍ୟା ଓ ବସ୍ତି ସମସ୍ୟା ରହିଛି । ବସ୍ତିରେ ସୁଧାର ଆସି ପାରୁନାହିଁ । ବସ୍ତିକୁ ସହର ସହ ମିଶାଇବାକୁ ପଡିବ । ସାଢେ 400ରୁ ଉର୍ଦ୍ଧ୍ବ ବସ୍ତି ଉପରେ ଧ୍ୟାନ ଦେବାକୁ ପଡିବ । ବସ୍ତି ଲୋକଙ୍କ ଜୀବନ ଧାରା ଉନ୍ନତ କରିବାକୁ ପଡିବ । ପ୍ରତି କଲୋନୀରେ ଜିମ, ପାର୍କ ହେବା ଦରକାର । ସୁରକ୍ଷିତ ସହର ରହିବ ପ୍ରମୁଖ ପ୍ରସଙ୍ଗ । ମୌଳିକ ସମସ୍ୟାକୁ ଧ୍ୟାନ ଦେଇ ସବୁବେଳେ ସକ୍ରିୟ ରହିବା ଭଳି ମେୟର ଆବଶ୍ୟକ ।

Leave a comment