ହରିଦ୍ବାରରେ ବିସର୍ଜନ ପାଇଁ ଚିତାଭସ୍ମ ସଂଗ୍ରହ କଲେ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ଝିଅ

0

ନୂଆଦିଲ୍ଲୀ: ଆଜି ଦିଲ୍ଲୀସ୍ଥିତ ବ୍ରାର୍‌ ସ୍କ୍ବାୟାର୍‌ ଶ୍ମଶାନରୁ ଭାରତର ପ୍ରଥମ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ଝିଅମାନେ ପିତାମାତାଙ୍କ ଚିତାଭସ୍ମ ସଂଗ୍ରହ କରିଛନ୍ତି।

ରାଜଧାନୀ ଦିଲ୍ଲୀର କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରେ ଅବସ୍ଥିତ ବ୍ରାର୍‌ ସ୍କ୍ବୟାର୍‌ ଶ୍ମଶାନରେ କିଛି ଲୋକମାନଙ୍କ ସହ କଥାବର୍ତ୍ତା କରିବା ସହ ଦୁଇ ଝିଅ କୃତ୍ତିକା ଏବଂ ତାରିଣୀ ପିତା ଜେନେରାଲ୍‌ ବିପିନ୍‌ ରାୱତ୍‌ ଏବଂ ମାତା ମଧୁଲିକା ରାୱତ୍‌ଙ୍କ ଚିତାଭସ୍ମ ସଂଗ୍ରହ କରିଥିଲେ.

ଉଭୟଙ୍କ ଚିତାଭସ୍ମ ଆଜି ଉତ୍ତରାଖଣ୍ଡସ୍ଥିତ ହରିଦ୍ବାରରେ ପ୍ରବାହିତ ଗଙ୍ଗା ନଦୀରେ ବିସର୍ଜନ କରାଯିବ ବୋଲି ସେମାନଙ୍କ ପରିବାର ଲୋକେ କହିଛନ୍ତି।
ଶୁକ୍ରବାର ଅପରାହ୍ଣରେ ଶବଦାହ ପରେ ଜେନେରାଲ୍‌ ରାୱତ୍‌ଙ୍କ ଶାଳକ ଯଶୋବର୍ଦ୍ଧନ ସିଂହ ଗଣମାଧ୍ୟମକୁ କହିଥିଲେ, ଆସନ୍ତାକାଲି ବଡ଼ି ସକାଳୁ ଆମେ କଳସୀରେ ଚିତାଭସ୍ମ ସଂଗ୍ରହ କରି ହରିଦ୍ବାର ଅଭିମୁଖେ ଯିବୁ। ସେଠାରେ ଚିତାଭସ୍ମକୁ ପବିତ୍ର ଗଙ୍ଗାରେ ବିସର୍ଜନ କରାଯାଇ କିଛି କ୍ରିୟାକର୍ମ କରାଯିବ।

ଏହି ଅବସରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଏବଂ ଆଉ କେତେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସେ ସଂକ୍ରାନ୍ତରେ ଅବଗତ ଥିବା ଜଣେ ବ୍ୟକ୍ତି କହିଛନ୍ତି।

Leave a comment