ବିହାର ରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ କହିଛନ୍ତି। କାଟିହାରରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ତାରକିଶୋର ପ୍ରସାଦଙ୍କୁ ପୂର୍ବରୁ ବିଜେପି ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଥିବାରୁ,ସେ ଉପମୁଖ୍ୟମନ୍ତ୍ରୀ ହେବା ଆଶା କରାଯାଉଥିଲା। ଶେଷରେ ଦଳ ଏଥିରେ ମୋହର ମାରିଛି। ସେହିପରି ବିଜେପି ବିଧାୟକ ଦଳର ଉପନେତା ତଥା ବେତିଆର ବିଧାୟକ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ସୂଚନା ମିଳିଛି।