ପୁରୁଣା ବନ୍ଧୁଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ଦିଲ୍ଲୀଠାରେ ତାଙ୍କର ପୁରୁଣା ବନ୍ଧୁ କେନ୍ଦ୍ର ରେଳମନ୍ତ୍ରୀ ଏବଂ ଭାରତୀୟ ପ୍ରଶାସନିକ ସେବା ସମୟର ବ୍ୟାଚମେଟ୍ ଏବଂ ଓଡ଼ିଶା କ୍ୟାଡରମେଟ୍ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ସାଂସଦ ନିଜର ସଂସଦୀୟ କ୍ଷେତ୍ର ଏବଂ ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ସାଂସଦ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।