ଭୁବନେଶ୍ୱର ଖୋଲା ମଳତ୍ୟାଗ ମୁକ୍ତ ସହର ଘୋଷିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି।ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ମୋଟ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଓ ଟ୍ରାନ୍ସଜେଣ୍ଡର ଟଏଲେଟ୍ ଆଦି ଅନ୍ତର୍ଭୁକ୍ତ।